ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ କୋଟି ପାର, ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୫୬ ହଜାର

ନୂଆଦିଲ୍ଲୀ, ୨୬/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୮ କୋଟି ୧ ଲକ୍ଷ ୯୩ ହଜାର ୨୭୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୭ ଲକ୍ଷ ୫୬ ହଜାର ୯୩୯ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୬୪ ଲକ୍ଷ ୫୯ ହଜାର ୬୧୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୧୯ ଲକ୍ଷ ୭୬ ହଜାର ୭୨୦ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୭୯୮ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୯ ଲକ୍ଷ ୮ ହଜାର ୧୫ରେ ପହଞ୍ଚିଛି । ମୋଟ ୩ ଲକ୍ଷ ୩୪ ହଜାର ୯୦ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୧ କୋଟି ୯୫ ହଜାର ୮୦୮ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୪ ଲକ୍ଷ ୭୮ ହଜାର ୧୧୮ । ଏଥିରୁ ୨୮ ହଜାର ୭୨୯ ଜଣ ଗୁରୁତର ଅଛନ୍ତି ।