ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଦ୍ଵିତୀୟ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ଦୃଢ ସ୍ଥିତିରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଭାରତୀୟ ଦଳ ୫ ଉଇକେଟ ବିନିମୟରେ ୨୭୭ ରନ କରିଛି । ଏହା ସହ ଭାରତ ଅଷ୍ଟ୍ରେଲିଆଠାରୁ ୮୨ ରନ ରେ ଆଗୁଆ ରହିଛି । ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ଟେଷ୍ଟ କ୍ୟାରିୟରର ଦ୍ୱାଦଶ ଶତକ ହାସଲ କରିଛନ୍ତି। ସେ ୧୯୬ ବଲ ଖେଳି ୧୧ ଚୌକା ସହ ୧୦୪ ରନ କରିଥିବାବେଳେ ଏବଂ ରବିନ୍ଦ୍ର ଜାଡେଜା ୪୦ ରନ୍ କରି ଖେଳୁଛନ୍ତି।
ଗତକାଲି ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ୱେଡ ୩୦, ମାର୍ନସ ଲାବୁଶେ ୪୮, ହେଡ୍ ୩୮, ଗ୍ରୀନ୍ ୧୨,ପାଇନ୍ ୧୩, ଲାଏନ୍ ୨୦ କରିଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଡକ୍ରେ ପ୍ୟାଭିଲିୟନ ଫେରିଥିଲେ।