ନୂଆଦିଲ୍ଲୀ, ୨୭/୧୨ : ବିଗତ ୧୦ ବର୍ଷ ମଧ୍ୟରେ କ୍ରିକେଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧିର ପୁରସ୍କାର ଘୋଷଣା କରିଛି । ଦଶନ୍ଧିର ସର୍ବୋତ୍ତମ ପ୍ରଦର୍ଶନ ଉପରେ ଆଧାର କରି ଆଇସିସି ଏହାର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ଦଳ ଚୟନ କରିଛି ଯେଉଁଥିରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଦବଦବା ଦେଖିବାକୁ ମିଳିଛି ।
ଦିନିକିଆ ଟେଷ୍ଟ ଏବଂ ଟି -୨୦ ଦଳରେ ବିରାଟ କୋହଲି ସ୍ଥାନ ପାଇଛନ୍ତି। ଏଥିସହ ଟେଷ୍ଟ ଦଳର ଅଧିନାୟକ ତାଙ୍କୁ ଦିଆଯାଇଛି। ଏହା ବ୍ୟତୀତ ଭାରତକୁ ବିଶ୍ୱ ଚାମ୍ପିଅନ୍ କରାଇଥିବା ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଏକ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ ଭାବରେ ମନୋନୀତ ହୋଇଛନ୍ତି। ଟି -୨୦ ଦଳରେ ଭାରତର ସର୍ବାଧିକ ଚାରିଜଣ ଖେଳାଳି ଅଛନ୍ତି। ଏମଏସ ଧୋନିଙ୍କ ବ୍ୟତୀତ ଅନ୍ୟ ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଅଛନ୍ତି।
ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଦିନିକିଆ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା।
ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟି -20 ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ, କିରନ୍ ପୋଲାର୍ଡ, ରସିଦ୍ ଖାନ୍, ଜସପ୍ରୀତ ବୁମ୍ରା, ଲାସିଥ୍ ମାଲିଙ୍ଗା
ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଆଲାଷ୍ଟାୟର କୁକ, ଡେଭିଡ ୱାର୍ନର, କେନ ୱିଲିୟମସନ, ଷ୍ଟିଭ ସ୍ମିଥ, କୁମାର ସାଙ୍ଗାକାରା (ୱିକେଟ୍ କିପର), ବେନ ଷ୍ଟୋକ୍ସ, ରବିଚନ୍ଦ୍ରନ ଅଶ୍ୱିନ, ଡେଲ ଷ୍ଟେନ, ଷ୍ଟିୱାର୍ଡ ବ୍ରଡ, ଜେମ୍ସ ଆଣ୍ଡରସନ।