ଦାର୍ଜିଲିଂ, ୨୭/୧୨: କରୋନା ମହାମାରୀ ଯୋଗୁ ବନ୍ଦଥିବା ଦାର୍ଜିଲିଂର ହିମାଲୟନ ଟୟ ଟ୍ରେନ୍ ପୁଣି ପର୍ଯ୍ୟଟକଙ୍କ ଲାଗି ସେବା ପ୍ରଦାନ କରିଛି । ଦାର୍ଜିଂ ହିମାଲୟନ ରେଲୱେ ଏହି ଟ୍ରେନ ସେବା ପ୍ରଦାନ କରୁଛନ୍ତି। ଏହି ଟ୍ରେନକୁ ଦେଶ ବିଦେଶର ପର୍ଯ୍ୟଟକ ବେଶ ପସନ୍ଦ କରନ୍ତି। କାରଣ ଏହି ଟ୍ରେନ ପୂର୍ବୋତ୍ତରର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକଙ୍କୁ ଭିନ୍ନ ରୂପରେ ଆନନ୍ଦିତ କରିଥାଏ।

ଖ୍ରୀଷ୍ଟମାସରୁ ଟୟ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଦେଶରେ ଅନଲକ୍ ଚାଲିଥିବା ବେଳେ ପର୍ଯ୍ୟଟକଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ରେଳ ସେବା ପୁଣି ଥରେ ଆରମ୍ଭ ହୋଇଛି। ଏହି ଟ୍ରେନ୍ ନ୍ୟୁ ଜଲପାଇଗୁଡି, ସିଲିଗୁଡି ଟାଉନ୍, ସିଲିଗୁଡି ଜଙ୍କସନ, ସୁକନା, ରଙ୍ଗଟଙ୍ଗ, ତିନଧରିଆ, ଗୟାବାଡୀ, ମହାନଦୀ, କୁର୍ସିୟାଙ୍ଗ, ଟୁଙ୍ଗ, ସୋନାଦା, ଘୁମ ଓ ଦାର୍ଜିଲିଂ ମଧ୍ୟରେ ଚଳାଚଳ କରିଥାଏ।