DL ଆବେଦନ ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ସୀମା ବଢ଼ିଲା

ଭୁବନେଶ୍ୱର,୨୭ /୧୨: କେନ୍ଦ୍ର ସରକାର କରୋନା ସଙ୍କଟ ମଧ୍ୟରେ ସାଧାରଣ ଲୋକଙ୍କୁ ବଡ ଆଶ୍ଵସ୍ତି ଦେଇ ମୋଟର ଯାନ ସଂପର୍କିତ ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ପରି କାଗଜପତ୍ରର ବୈଧତା ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ ଫେବୃଆରୀଠାରୁ ଯେଉଁ ଗାଡି କାଗଜପତ୍ରର ଅବଧି ସରି ଯାଇଛି ତାର ବୈଧତା ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ। ଏହା ଫଳରେ ଲୋକଙ୍କୁ ନିଜ ଗାଡି କାଗଜପତ୍ରର ନବୀକରଣ କରିବା ପାଇଁ ବହୁତ ସମୟ ମିଳି ଯାଇଛି। ଯାହାଙ୍କ ବୈଧତା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି ତାହା ମଧ୍ୟ ବୈଧ୍ୟ ରହିବ।