ଦଳୀୟ ନେତୃବର୍ଗଙ୍କ ସହ ଆସାମରେ ଅମିତ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର,୨୭ /୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୌହାଟୀଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଅନ୍ୟ ଦଳୀୟ ନେତୃବର୍ଗଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ଶ୍ରୀ ଶାହା ନିର୍ବାଚନ ସଂକ୍ରାନ୍ତ କାର୍ୟ୍ୟକ୍ରମର ସମୀକ୍ଷା କରି ଶ୍ରୀଯୁକ୍ତ ପଣ୍ଡା ଅନ୍ୟ ଦଳୀୟ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି।

ଆସାମ ବିଧାନସଭା ନିର୍ବାଚନରେ ମିଶନ ୧୦୦+ ଲକ୍ଷ୍ୟକୁ ପୂରଣ କରିବା ନେଇ ବିଜେପି ଜୋରଦାର ପ୍ରସ୍ତୁତି ଓ ମାରାଥନ ବୈଠକ କରୁଥିବା ସୂଚନା ମିଳିଛି। ଏଥିସହ ବୈଜୟନ୍ତ ପଣ୍ଡା ତାଙ୍କର ୫ ଦିନିଆ ଆସାମ ଗସ୍ତ ଶେଷ କରିଛନ୍ତି। ତେବେ ଆଗକୁ ନିର୍ବାଚନ ନେଇ ସେ ଅଧିକାଂଶ ସମୟ ଆସାମ ଗସ୍ତ କରିବେ ବୋଲି କହିଛନ୍ତି। ଆସାମରେ ବିଜେପିର ଅତ୍ୟନ୍ତ ଦୃଢ଼ ସ୍ଥିତି ଅଛି ଓ ନିର୍ବାଚନ ନେଇ ଅତି ସକାରାତ୍ମକ ମାହୋଲ ରହିଥିବା ଶ୍ରୀ ପଣ୍ଡା କହିଛନ୍ତି।