ଆଜିର ରାଶିଫଳ (ସୋମବାର)

ତା : ୨୮ / ୧୨ / ୨୦୨୦

ମେଷ : ପାରିବାରିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ । ନିଜ କାମରେ ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ। ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ପ୍ରେମ ବଜାୟ ରହିବ।

ବୃଷ : ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ । ଆପଣଙ୍କୁ କୌଣସି ବଡ଼ କାମ ମିଳିପାରେ। ମନରେ ନୂଆ ସକାରାତ୍ମକ ବିଚାର ସୃଷ୍ଟି ହେବ। ଛାତ୍ରୀମାନେ ଅଧୢୟନ ଶୈଳୀ ପରିବର୍ତ୍ତନ କରିବେ।

ମିଥୁନ : ଦୀର୍ଘଦିନର ବକେୟା ପାଇପାରନ୍ତି କିମ୍ବା ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ମଧ୍ୟ ଲାଭାନ୍ୱିତ ହେବେ । ବ୍ୟବସାୟ ଉପରେ ବିରୋଧୀଙ୍କର ନଜର ରହିବ। ଆପଣଙ୍କୁ ପରୋକ୍ଷରେ କେହି ନିନ୍ଦା କରିପାରନ୍ତି। ଘର ପାଇଁ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ।

କର୍କଟ : ପାରିବାରରେ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ସାମୟିକ ଅସନ୍ତୁଷ୍ଟ ରହିପାରନ୍ତି । ସବୁ କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହୋଇପାରନ୍ତି। ଘରକୁ କୌଣସି ବନ୍ଧୁ ଆସିବେ।

ସି˚ହ : ସାମାଜିକ ସ୍ତରରେ ସାଧାରଣ ସ୍ୱାର୍ଥକୁ କେନ୍ଦ୍ର କରି ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି । ନୂଆ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହୋଇପାରେ। ଚାକିରିଜୀବୀ ଆଶା କରୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ବ୍ୟବସାୟରେ ଅଗ୍ରଗତି ହେବ।

କନ୍ୟା : ଆନୁଷଙ୍ଗିକ ସାହାର୍ଯ୍ୟ ଓ ସହ-ଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଉନ୍ନତି ପଥରେ ଲାଗିରହିଥିବା ବାଧା ଦୂର ହେବ। ବ୍ୟବସାୟରେ ଲାଭ ପାଇବେ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ଅନୁଭବ କରିବେ।

ତୁଳା : ଯାହା ଓ ଯେତିକି ପାଇବା କଥା ସେଥିପାଇଁ ଆପଣଙ୍କୁ ପ୍ରବଳ ସଂଘର୍ଷ କରିବାକୁ ପଡିପାରେ । ଭାଗ୍ୟ ଉପରେ ସ˚ପୂର୍ଣ୍ଣ ରୂପେ ଭରସା କରନ୍ତୁ ନାହିଁ। ପରିଶ୍ରମ କରନ୍ତୁ, ସୁଫଳ ପାଇବେ। ଜୀବନସାଥୀଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।

ବିଛା : ପାରିବାରିକ ସମସ୍ୟାର ସରଳ ସମାଧାନ କରିବାରେ ସକ୍ଷମ ହେବେ । ନିଜକୁ ଶକ୍ତିମାନ ଅନୁଭବ କରିବେ। ଭଲ ପ୍ୟାକେଜ୍‌‍ର ଚାକିରି ପାଇଁ ପ୍ରସ୍ତାବ ପାଇବେ। ଜମି ଦଲାଲଙ୍କୁ ସାକ୍ଷାତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖକର ହେବ।

ଧନୁ : ଆପଣଙ୍କର ସୁସ୍ଥ ମାନସିକ କର୍ମକ୍ଷେତ୍ରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ । ବ୍ୟବସାୟ କାମରେ ବ୍ୟସ୍ତ ରହିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ।

ମକର : ସହନଶୀଳତା ଗୁଣରୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ପ୍ରତ୍ୟେକ ଜିନିଷକୁ ଭଲଭାବେ ସମ୍ଭାଳି ନେବେ। କୌଣସି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଇପାରନ୍ତି।

କୁମ୍ଭ : ଆଜି ଯେଉଁ କାମ କଲେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡିବ । ଆପଣଙ୍କୁ ଉଚିତ ସମୟର ଧ୍ୟାନ ରଖିବାକୁ ହେବ। ନୂଆ ଚ୍ୟାଲେଞ୍ଜର ସାମନା କରିବେ। ନବ ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ମୀନ : ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁଁ ଚିନ୍ତିତ ହୋଇପାରନ୍ତି । ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ। ନୂଆ ଦାୟିତ୍ବ ଜଲଦି ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଭଲ।