କରୋନା ଭାଇରସ : ବିଶ୍ୱରେ ଆକ୍ରାନ୍ତ ହେଲେଣି ୮ କୋଟି ୧୧ ଲକ୍ଷ ୨୩ ହଜାର

ନୂଆଦିଲ୍ଲୀ, ୨୮/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୮ କୋଟି ୧୧ ଲକ୍ଷ ୨୩ ହଜାର ୪୧୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ୧୭ ଲକ୍ଷ ୭୧ ହଜାର ୩୬୫ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୭୨ ଲକ୍ଷ ୮ ହଜାର ୧୯ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୨୦ ଲକ୍ଷ ୭୪ ହଜାର ୩୨ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୩୬୧ ହେଉଛନ୍ତି ଗୁରୁତର ରୋଗୀ ।