ନୂଆଦିଲ୍ଲୀ, ୨୮/୧୨ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଡ୍ରାଇଭର ବିହୀନ ଟ୍ରେନର ଉଦଘାଟନ କରିବେ । ଦେଶର ପ୍ରଥମ ଡ୍ରାଇଭର ବିହୀନ ଏହି ଟ୍ରେନ୍ ୩୭ କିଲୋମିଟର ଯାତ୍ରା କରିବ | ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ଏକ ଅଂଶ ହେବ | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ଵାରୀ ଜାରି ବିବୃତ୍ତି ଅନୁଯାୟୀ ଡ୍ରାଇଭର ବିହୀନ ଟ୍ରେନ୍ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବ ଏବଂ ମାନବ ତ୍ରୁଟି ହେବାର ସମ୍ଭାବନାକୁ ଦୂର କରିବ।
ଦେଶର ପ୍ରଥମ ଡ୍ରାଇଭର ବିହୀନ ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନ ଏବଂ ଗୋଲାପୀ ଲାଇନରେ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ, ଡ୍ରାଇଭର ବିହୀନ ଟ୍ରେନ୍ ଜାନକପୁରୀ ପଶ୍ଚିମରୁ ନୋଏଡା ବଟାନିକାଲ୍ ଗାର୍ଡେନ୍ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମ୍ୟାଜେଣ୍ଟା ଲାଇନରେ ୩୭ କିଲୋମିଟର ଯାତ୍ରା କରିବା | ଏହା ପରେ ପରବର୍ତୀ ସମୟରେ ପିଙ୍କ ଲାଇନରେ ୫୭ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭର ବିହୀନ ମେଟ୍ରୋ ଚଳାଇବାକୁ ଯୋଜନା ଅଛି | ଯାହାକି ମଜଲିସ୍ ପାର୍କରୁ ଶିବ ବିହାର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବ | ଏହିପରି, ମୋଟ ୯୪ କିଲୋମିଟର ଡ୍ରାଇଭର ବିହୀନ ଟ୍ରେନ୍ ଚଳାଇବାକୁ ଯୋଜନା ରହିଛି।
ଏହି ଟ୍ରେନରେ ସର୍ବମୋଟ ୬ଟି କୋଚ୍ ରହିବ | ଏଥିରେ ଅନେକ ଉନ୍ନତ କୌଶଳ ବ୍ୟବହୃତ ହୋଇଛି | ଡ୍ରାଇଭର ବିହୀନ ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୯୫ କିଲୋମିଟର ରହିବ ଏବଂ ଏହା ଘଣ୍ଟା ପ୍ରତି ୮୫ କିଲୋମିଟର ବେଗରେ ଯାତ୍ରା ଆରମ୍ଭ କରିବ | ଏହି ଟ୍ରେନରେ ଏକାଥରକେ ୨୨୮୦ ଯାତ୍ରୀ ଯାତ୍ରା କରିପାରିବେ | ଏହା ପ୍ରତ୍ୟେକ କୋଚରେ ୩୮୦ ଯାତ୍ରୀଙ୍କୁ ନେଇପାରିବ | ସବୁଠାରୁ ବିଶେଷ ବୈଶିଷ୍ଟ ହେଲାଯେ, ଟ୍ରେନ୍ ଭିତରେ ଓ ବାହାରେ ଅତ୍ୟାଧୁନିକ କ୍ୟାମେରା ଲାଗିବ ଯାହାକି କୌଣସି ଦୁର୍ଘଟଣା ସମୟରେ ସେନ୍ସର ଆଧାରିତ ବ୍ରେକ୍ ତୁରନ୍ତ ଲାଗିଯିବ |