ଆଜିର ରାଶିଫଳ (ମଙ୍ଗଳବାର)

ତା : ୨୯ / ୧୨ / ୨୦୨୦

ମେଷ: ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ବନ୍ଧୁଙ୍କ ସହିତ ଦିନଟି ଭଲରେ କଟିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ବୃଷ: ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଅଚାନକ ଅର୍ଥ ଆସିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ମିଥୁନ: ଛୋଟମୋଟ ସଫଳତା ହାସଲ କରିବାରେ ସକ୍ଷମ ହେବେ। ଅସୁବିଧାଜନକ ସ୍ଥିତିକୁ ସୁଧାରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି । କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ। ଘରକୁ କୌଣସି ବନ୍ଧୁ ଆସିବେ।

କର୍କଟ: କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କଲେ କଳହ ବଢିପାରେ । ବ୍ୟବସାୟରେ ଡିଲ୍‌ କରିବା ପୂର୍ବରୁ ସବୁ କିଛି ଯାଞ୍ଚ କରିନିଅନ୍ତୁ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବିବାହିତଙ୍କ ଲାଗି ଦିନଟି ଭଲ।

ସି˚ହ: ବ୍ୟବସାୟରେ ଉନ୍ନତି ହେବ। ଚକ୍ଷୁ ସମସ୍ୟାରୁ ଆରାମ ପାଇବେ। ମନରେ ସାହସ ବାନ୍ଧି କୋଣସି କାମ ଆରମ୍ଭ କଲେ ସଫଳତା ପାଇବେ । ଅଫିସରେ ଦାୟିତ୍ବକୁ ଭଲଭାବେ ତୁଲାଇବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

କନ୍ୟା: ବକେୟା ଅର୍ଥ ଫେରସ୍ତ ମିଳିପାରେ। ପ୍ରତ୍ୟେକ ପରିସ୍ଥିତିରେ କିଛିଟା ସମସ୍ୟାର ସାମ୍ନା କରିବେ । ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ।

ତୁଳା: ପୂଜାର୍ଚ୍ଚନାରେ ସମୟ ବିତିବ। ଅଧିକାଂଶ ପରିସ୍ଥିତିରେ କିଛିଟା ସମସ୍ୟାର ସାମ୍ନା କରିବେ । ବ୍ୟବସାୟ ସ୍ଥାନାନ୍ତର ପାଇଁ ଯୋଜନା କରିପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ । ଭଲ କାମରେ ଆପଣ ସହଯୋଗ ଦେଇ ପାରନ୍ତି। କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ଧନୁ: ଗୁରୁତ୍ବପୂର୍ଣ୍ଣ ମାମଲା ନେଇ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହେବେ । ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରେମ ସମ୍ବନ୍ଧ ମଧୁର ହେବ।

ମକର: ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ । କାର୍ଯ୍ୟରେ ଲାଗିରହିଥିବା ବାଧା ଦୂର ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ରାଜନୈତିକ କାମରେ ସମୟ ବିତିବ।

କୁମ୍ଭ: ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । କାମରେ ସଫଳତା ହାସଲ ଲାଗି ପୂରା ଶକ୍ତି ଲଗାଇବାକୁ ପଡ଼ିବ। କୌଣସି ଛୋଟ ସୁଯୋଗ ଆପଣଙ୍କୁ ଶେଠ କରାଇଦେବ। ପ୍ରେମ ସ˚ପର୍କ ନିବିଡ଼ ହେବ।

ମୀନ: ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆଜି ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ । ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଭୂସ˚ପତ୍ତି କିଣିବା ଯୋଗ ରହିଛି।