ଭୁବନେଶ୍ବର,୨୯ /୧୨ : ରାଜ୍ୟ ସରକାର ୧୯୯୬ ବ୍ୟାଚ୍ର ୩ଜଣ ଆଇପିଏସ ଅଫିସରଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଆଇଜି ପାହ୍ୟାରେ ଥିବା ଅରୁଣ ବୋଥ୍ରା, ସଂଜୟ ସିଂହ ଓ ସୁନିତା କାକରନଙ୍କୁ ଏଡିଜି ପାହ୍ୟାକୁ ପ୍ରମୋସନ୍ ଦେଇଛନ୍ତି।
ନୟାଗଡର ପରୀ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ କରି ଚର୍ଚ୍ଚିତ ଥିଲେ ଅରୁଣ ବୋଥ୍ରା। ପରୀକୁ ନେଇ ରାଜ୍ୟ ରାଜନୀତି ଥରହର ହେଉଥିବା ସମୟରେ ରାଜ୍ୟ ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଆଉ ଏସଆଇଟିର ମଖ୍ୟଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଯାହାକୁ ବୋଥ୍ରା ସୁଚାର ରୂପେ ସମ୍ପାଦନ କରିବା ସହ ଘଟଣା ଉପରୁ ପରଦା ଘଟାଇଥିଲେ।
ପରୀ ହତ୍ୟାକାଣ୍ଡ ଠାରୁ ବଲାଙ୍ଗୀରର ପାଟଣାଗଡରେ ପାର୍ସଲ ବୋମା କେସ୍ରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଗିରଫ କରିବା ସହ କେନ୍ଦ୍ରାପଡ଼ାର ସାରଥୀ ବାବାଙ୍କ କଳା ସାମ୍ରାଜ୍ୟର ପର୍ଦାଫାସ କରି ସାରଥୀଙ୍କୁ ଗିରଫ କରିଥିଲେ ଅରୁଣ ବୋଥ୍ରା। ସେ ମଧ୍ୟ CBI ରେ ଦକ୍ଷତାର ସହ ୫ ବର୍ଷ କାମ କରିଛନ୍ତି।
Comments are closed.