ଭୁବନେଶ୍ବର,୩୦ /୧୨ : ଆଜି ସନ୍ଧ୍ୟା ୫ଟା ୩୦ରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବ। ଏଥିରେ ରାଜ୍ୟ ପ୍ରଶାସନର ସମସ୍ତ ସଚିବ, କମିସନ, ପ୍ରମୁଖ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ଓଏଏସ୍ ଅଧିକାରୀମାନେ ଯୋଗଦେବେ। ଶ୍ରୀ ତ୍ରିପାଠୀ ଆସନ୍ତା ୩୧ ତାରିଖରେ ପ୍ରଶାସନିକ ଚାକିରିରୁ ଅବସର ଗ୍ରହଣ କରିବେ।
ଏହାପରେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ଭିତରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯାହା ରାଜ୍ୟର ପ୍ରଗତିକୁ ତ୍ବରାନ୍ବିତ କରିଛି। ୱାର୍କରେ ବିଶ୍ବାସ କରୁଥିବା ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବା ପରେ ନିଜ୍ ଟିମ୍କୁ ଧରି କିଭଳି ବଡ ବଡ ଅସୁବିଧାର ମୁକାବିଲା କରାଯାଇପାରେ ତାହା କରି ଦେଖାଇଛନ୍ତି।