ଭୁବନେଶ୍ବର,୩୦ /୧୨ : ବିଜେପିର ରାଜ୍ୟବ୍ୟାପି ଆନ୍ଦୋଳନ ପରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାର ଲୋଗୋ ବଦଳାଇଛନ୍ତି। ପୂର୍ବରୁ ‘ପ୍ର ଆ ଯୋ’ ଲେଖାଯାଉଥିଲା ଓ ବିଜୁ ପକ୍କା ଘର ସମ୍ପୂର୍ଣ୍ଣ ଲେଖାଯାଉଥିଲା। ଏବେ କିନ୍ତୁ ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ବିଜୁ ପକ୍କାଘର ଯୋଜନା ସମ୍ପୂର୍ଣ୍ଣ ଭାବେ ଲେଖାଯାଇଥିବା ଓ ପ୍ରାଞ୍ଜଳ ଭାବେ ଛପାଥିବା ଷ୍ଟିକର୍ ଲାଗିବ। ଅର୍ଥାତ୍ ୨୦୧୪-୧୫ରୁ ଲାଗୁଥିବା ଲୋଗ ଆଉ ବ୍ୟବହାର ହେବନାହିଁ। ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସବୁ ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି।