ଆସନ୍ତାକାଲି ରାଜକୋଟ ଏମ୍ସର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟ,୩୦ /୧୨ : ଆସନ୍ତାକାଲି ଗୁଜରାଟର ରାଜକୋଟରେ (AIIMS) ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସକାଳ ୧୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହେବ। ଏହି ପ୍ରକଳ୍ପ ପାଇଁ ୨୦୧ ଏକର ଜମି ଆବଣ୍ଟନ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୧୯୫ କୋଟି ଟଙ୍କା ହେବ ଏବଂ ଏହା ୨୦୨୨ ମଧ୍ୟଭାଗ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏଥିରେ ଅତ୍ୟାଧୁନିକ ଡାକ୍ତରଖାନାରେ ୭୫୦ ଶଯ୍ୟା ସହ ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ ମଧ୍ୟ ରହିବ। ରାଜକୋଟ ଏମ୍ସରେ ୧୨୫ଟି ଏମବିବିଏସ ଏବଂ ୬୦ଟି ନର୍ସିଂ ସିଟ୍ ରହିବ।