ନକଲି ଜିନିଷ କାରବାରର ପେଣ୍ଠସ୍ଥଳ ପାଲଟିଛି କଟକ : ଜବତ ହେଲା ଏକ କୁଇଣ୍ଟାଲ ସିନ୍ଥେଟିକ୍‌ ପନୀର୍

କଟକ : କଟକ ଜିଲ୍ଲା ନକଲି ଜିନିଷ କାରବାରର ପେଣ୍ଠସ୍ଥଳ ପାଲଟିଛି । ଗତ କିଛି ଦିନ ହେବ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ନକଲି ମସଲା କାରଖାନା ସିଜ କରିଥିବାବେଳେ ଆଜି ପୁଣି କଟକ ଓଏମପି ଛକ ନିକଟରୁ ଏକ କୁଇଣ୍ଟାଲ ସିନ୍ଥେଟିକ୍ ପନୀର୍‌ ଜବତ କରିଛି ଚାଉଳିଆଗଂଜ ପୋଲିସ । ଏହା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । କଟକକୁ ପ୍ରତିଦିନ ଏହି ଅପମିଶ୍ରିତ ପନୀର୍ କୋଲକାତାରୁ ଚାଲାଣ କରାଯାଉଛି ବୋଲି ଜଣାପଡିଛି । ମୋବାଇଲ ଟେଷ୍ଟ ଭ୍ୟାନରେ ଏହି ପନୀର୍‌କୁ ପରୀକ୍ଷା କରାଯିବା ପରେ ଏଥିରେ ଡିଟରଜେନ୍‌ଟ ଗୁଣ୍ଡ, ସଲଫ୍ୟୁରିକ୍‌ ଏସିଡ଼ ଓ ନଷ୍ଟ କ୍ଷୀର ମିଶୁଥିଲା ବୋଲି ସ୍ପଷ୍ଟ ହୋଇଛି । କଟକ ମହାନଗର ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।