ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ଘୁଞ୍ଚିଲା, ଜାଣନ୍ତୁ ଶେଷ ତାରିଖ କେବେ …

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ ତାରିଖକୁ ପୁଣି ଥରେ ଘୁଞ୍ଚାଇ ଦିଆଯାଇଛି | ଆୟକର ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ ରିଟର୍ଣ୍ଣ ଫାଇଲ୍‌ ଦାଖଲ କରିବା ସମୟସୀମାକୁ ଜାନୁୟାରି ୧୦, ୨୦୨୧ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସମୟ ସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।

ସେହିପରି ୨୦୨୦ ଆର୍ଥିକ ବର୍ଷ ଲାଗି ସେବା ଓ ସାମଗ୍ରୀ କର (ଜିଏସଟି) ବାର୍ଷିକ ରିଟର୍ଣ୍ଣ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଧାରିତ ତିଥିକୁ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସେହିପରି ଆୟକର ବିଭାଗଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ କରଦାତାଙ୍କ ଲାଗି ସରକାରଙ୍କ ପକ୍ଷରୁ ସମ୍ପ୍ରସାରିତ ଅନ୍ୟ କର ସମ୍ପର୍କିତ ତିଥିର ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଛି।