IAS ଅଫିସରଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

ଭୁବନେଶ୍ବର,୩୦ /୧୨ : ଆଜି ରାଜ୍ୟ ସରକାର ଆଇଏଏସ ଅଫିସରଙ୍କ ପଦୋନ୍ନତି କରିଛନ୍ତି । ଗୃହ ବିଭାଗର ସଚିବ ଦାୟିତ୍ବରେ ଥିବା ଆଇଏଏସ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି। ଆଇଏଏସ ସଞ୍ଜିବ ଚୋପ୍ରାଙ୍କୁ ଜିଏ ଓ ପିଜି ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ, ଆଇଏଏସ ଶାଶ୍ବତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବରେ ପଦୋନ୍ନୋତି ମିଳିବା ସହ ସେ ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ । ସେହିଭଳି ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଦାୟିତ୍ବ ସହ ସହଯୋଗ ବିଭାଗ କମିଶନର ଦାୟିତ୍ବରେ ପଦୋନ୍ନତି ଦିଆଯାଇଛି।

ଏହାସହ ଆଇଏଏସ ବିଶାଳ କୁମାର ଦେବଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦିଆଯାଇଛି। ଆଇଏଏସ ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ଆଇଏଏସ ରତ୍ନାକର ରାଉତଙ୍କୁ ପଶୁ ସମ୍ପଦ ବିଭାଗର ଅତିରିକ୍ତ କମିଶନର ଦାୟିତ୍ବ ଦିଆଯାଇଛି ।

ଏଥି ସହିତ ଆଇଏଏସ ହେମାକାନ୍ତ ସାଏ, ନିଖିଲ ପବନ କଲ୍ୟାଣ, ଅନୁପମ ସାହା, ମନୀଷ ଅଗ୍ରୱାଲ, ବିନୀତ ଭରଦ୍ବାଜ, ପୋମା ଟୁଡୁ, ସ୍ମୃତି ରଞ୍ଜନ ପ୍ରଧାନ, ସିଦ୍ଧାର୍ଥ ଦାସ, ଧନଞ୍ଜୟ ହେମ୍ବ୍ରମ, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ ନାୟକ, ବଟକୃଷ୍ଣ ଦେଉରୀ, ଭୂପିନ୍ଦ୍ର ସିଂହ ପୁନିଆ, ଯାମିନୀ ଷଡ଼ଙ୍ଗୀ, ଏମ୍‌. ମୁଥୁକୁମାର, ବି. ପରମେଶ୍ବର, ଗୁହା ପୁନମ ତାପସ କୁମାର, ମାଗୁନି ଚରଣ ପାତ୍ର, ବୃନ୍ଦାବନ ବେହେରା, ପି. ଅନ୍ବେଷା ରେଡି, ବୀର ବିକ୍ରମ ଯାଦବ, ପାଟିଲ ଆଶିଷ ଈଶ୍ବର, ଦିବାକର ଟି.ଏସ୍‌ଙ୍କୁ ମିଳିଛି ପଦୋନ୍ନତି।