କୋଟା, ୩୦/୧୨: ପୂର୍ବତନ କ୍ରିକେଟର ତଥା ଟିମ ଇଣ୍ଡିଆ କ୍ୟାପ୍ଟେନ ମହମ୍ମଦ ଅଝାରୁଦ୍ଦିନ ବୁଧବାର ତାଙ୍କ ପରିବାର ସହ ଯାତ୍ରା କରୁଥିବା ବେଳେ ଏକ ବଡଧରଣର ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ୍ କୋଟା ହାଇୱେରେ ତାଙ୍କ କାରର ଚକ ବାହାରି ପଳାଇବାରୁ ଅନିୟନ୍ତ୍ରିତ ହୋଇ ରାସ୍ତାକଡ ଢାବାକୁ ପଶିଯାଇଥିଲା। ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଢାବାରେ କାର୍ଯ୍ୟ କରୁଥିବା ଜନୈକ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏହେସାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।