ଭୁବନେଶ୍ବର,୩୧ /୧୨: ନୂଆବର୍ଷ ଓ ‘‘ଜିରୋ ନାଇଟ୍’’ ପାଳନ ଉପରେ ରାଜ୍ୟ ସରକାର ରାଜ୍ୟରେ ଗୋଟିଏ ଦିନ ପାଇଁ ଅର୍ଥାତ ଆଜି ରାତି ୧୦ ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ନାଇଟ କର୍ଫ୍ୟୁରେ ସବୁ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି। ଜରୁରିକାଳୀନ ସେବାରେ ନିୟୋଜିତ କର୍ମଚାରୀ ଯା’ଆସ କରିପାରିବେ। ଏ ନେଇ ଏସଆରସି ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି।
ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ, କଟକ ଓ ଭୁବନେଶ୍ବରରେ ଆଜି ୧୪୪ ଧାର ଜାରି ହେବ । ଜିରୋ ନାଇଟ ଭିଡ ଏଡାଇବାକୁ ରାତି ୧୦ଟାରୁ ୧୪୪ ଧାରା ଜାରି କରାଯିବ। ରାତି ୯ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରିଯିବାକୁ ସେ ପରାମର୍ଶ ଦେଇଛନ୍ତି। କେହି ବାହାରେ ବୁଲୁଥିବା ବେଳେ ଧରା ପଡିଲେ ରାତି ସାରା ଥାନାରେ ଅଟକ ରଖାଯିବ। ରାତିରେ ନୂଆବର୍ଷ ଭୋଜି ନ କରିବାକୁ କହିଛନ୍ତି। ଆପାର୍ଟମେଣ୍ଟ, ରେସିଡେନସିଆଲ ଜାଗାରେ ଭୋଜି କରନ୍ତୁନି। ରସ୍ତାରେ ବିଭିନ୍ନ ଜାଗାରେ ନାକା ଲଗାଯିବ। ଅନୁମତି ନ ଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ, ଟୁଇନ ସିଟିରେ ୪୦ ପ୍ଲାଟୁନ ଫୋର୍ସ ପୁଲିସ ମୁତୟନ ହେବେ।