‘ଫାଷ୍ଟ୍‍ଟ୍ୟାଗ୍‌’ର ଶେଷ ତାରିଖ ଫେବ୍ରୁଆରି ୧୫କୁ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୩୧ /୧୨: ‘ଫାଷ୍ଟ୍‍ଟ୍ୟାଗ୍‌’ ବ୍ୟବହାର କରି ଜାତୀୟ ରାଜପଥରେ ଆଦାୟ ହେଉଥିବା ଟୋଲ୍‌ ଦେୟର ଶେଷ ତାରିଖ ଜାନୁଆରି ୧ ତାରିଖରୁ ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ବୃଦ୍ଧି କରିଛି।

ଏହି ନିୟମ ଅନୁସାରେ, ସବୁ ଟୋଲ୍‌ ପ୍ଲାଜାର ମାତ୍ର ଗୋଟିଏ ଲେନ୍‌କୁ ଛାଡ଼ି ଅନ୍ୟ ସବୁଗୁଡ଼ିକୁ ‘ଫାଷ୍ଟ୍‍ଟ୍ୟାଗ୍‌’ ଲେନ୍‌ କରାଯିବ। ଟୋଲ୍‌ ଦେୟ ବାବଦକୁ ନଗଦ ଟଙ୍କା ଦେଉଥିବା ଯାନବାହନ ମାଲିକଙ୍କୁ ଟୋଲ୍‌ ଦେୟର ଦୁଇଗୁଣ ଅର୍ଥ ପୈଠ କରିବାକୁ ପଡ଼ିବ। ଏହା ଅଣ-ଫାଷ୍ଟ୍‍ଟ୍ୟଗ୍‌ ଲେନ୍‌ ମଧ୍ୟ ଦେଇ ଯିବାକୁ ଥିବା ଯାନବାହନ ପ୍ରତି ଲାଗୁ ହେବ।