ବାପା ହେଲେ ଉମେଶ ଯାଦବ

ନୂଆଦିଲ୍ଲୀ, ୧/୧ : ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଉମେଶ ଯାଦବ ନୂଆବର୍ଷରେ ବାପା ହୋଇଛନ୍ତି । ବୋଲରଙ୍କ ସହଧର୍ମିଣୀ ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉମେଶ ନିଜେ ଟ୍ୱିଟରରେ ଏବିଷୟରେ ସୂଚନା ଦେଇଛନ୍ତି।

ବିସିସିଆଇ ମଧ୍ୟ ଟୁଇଟ୍‌ କରି ଉମେଶଙ୍କୁ ଶୁଭକାମନା ଜଣାଇଛି । ଉମେଶଙ୍କ ଏକ ବେବି ଗର୍ଲ ଜନ୍ମ ନେଇଛି। ଏଥିପାଇଁ ତାଙ୍କୁ ଶୁଭକାମନା। ଆଶା କରୁଛୁ ଯାଦବ ଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରିବେ ବୋଲି ବିସିସିଆଇ କହିଛି।

ସୂଚନାଯୋଗ୍ୟ ଯେ, ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ ପରିବର୍ତ୍ତନ ସ୍ବରୂପ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିଛି। ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଶାର୍ଦ୍ଦୁଳ ଠାକୁରଙ୍କୁ ମହମ୍ମଦ ଶାମୀଙ୍କ ବିକଳ୍ପ ଭାବେ ଚୟନ କରାଯାଇଥିଲା। ଏବେ ଶାମି ଏବଂ ଯାଦବ ଉଭୟ ବାଙ୍ଗାଲୋରର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ କରିବେ।