ଭୁବନେଶ୍ୱର, ୧/୧ : ଜାନୁଆରୀ ୨ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍ ହେବ । ଏଥିପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ୩୦ଟି ଜିଲ୍ଲା ମୁଖ୍ୟାଳୟରେ ପ୍ରସ୍ତୁତି ହୋଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣିଆ ଟିମ୍ ଉପସ୍ଥିତ ରହିବେ । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ଏନେଇ ଡିଏମ୍ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।