ଆଜିଠାରୁ ବିଧାନସଭାର ସବୁ ଫାଇଲ୍‌ କାର୍ଯ୍ୟ ଅନ୍‌ଲାଇନ୍‌ ମୋଡ୍‌ରେ ହେବ

ଭୁବନେଶ୍ୱର,୧ /୧: ଆଜିଠାରୁ ଓଡ଼ିଶା ବିଧାନସଭାର ସମସ୍ତ ଫାଇଲ୍‌ କାର୍ଯ୍ୟ ଅନ୍‌ଲାଇନ୍‌ ମୋଡ୍‌ରେ ହେବ। ଓସ୍ୱାସ୍‌ ତରଫରୁ ବିଧାନସଭାର ସମସ୍ତ ଫାଇଲ୍‌ କାର୍ଯ୍ୟ ଡିଜିଟାଲ୍‌ ହେବ । ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପଶାସନ ସଚିବ ମଟରାଜ ଡୁଙ୍ଗଡୁଙ୍ଗ୍‌, ଓସ୍ୱାସ୍‌ ନିର୍ବାହୀ ଅଧିକାରୀ ଲିଲାନ୍ଦ୍ରି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।