ସମ୍ବଲପୁର,୧/୧: ସ୍କୁଟି ଉପରେ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ସମ୍ବଲପୁର ସହର ସରଳାକାନୀ ଛକ ଟାଙ୍ଗରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ୱାମୀ-ସ୍ତ୍ରୀ ୨ ଜଣ ଅଇଁଠାପାଲି ପଟୁ ଆସୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସରଳାକାନୀ ଛକ ନିକଟରେ ଥିବା ଜାତୀୟ ରାଜପଥର ଉପରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ୱାମୀ -ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।