ଭୁବନେଶ୍ବର,୨ /୧ : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ଓଡ଼ିଶାର କଳାହାଣ୍ଡିର ବାଜାସାଲ୍ ଲୋକନୃତ୍ୟ ପ୍ରଦର୍ଶିତ ହେବ। କଳାହାଣ୍ଡି ଜିଲ୍ଲାର ବାଜାସାଲ ନୃତ୍ୟଦଳ ଜାତୀୟ ପରେଡ୍ରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛି। ‘ପ୍ରତିଭା ଅନୁଷ୍ଠାନ’ର ୮୦ଜଣ ନୃତ୍ୟଶିଳ୍ପୀ ଏହି ଲୋକନୃତ୍ୟକୁ ପରିବେଷଣ କରିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା କୋଲକାତା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଦ୍ବାରା ପୂର୍ବ ଭାରତର ଏକମାତ୍ର ଦଳ ଭାବେ ନୃତ୍ୟକଳା ଅନୁଷ୍ଠାନ ଭାଗ ନେବ । ସାରା ଦେଶ ଦେଖିବ କଳାହାଣ୍ଡିର ବାଜାସାଲ୍ ଲୋକକଳା ।
ପ୍ରଥମ ଥର ପାଇଁ ଏହି ନୃତ୍ୟକଳା ରାଜପଥରେ ପ୍ରଦର୍ଶିତ ହେବ। ଅନୁଷ୍ଠାନ ପକ୍ଷରୁ କରୋନା କଟକଣା ଯୋଗୁଁ ୮୦ ଜଣ ଏହି ନୃତ୍ୟକଳା ପ୍ରଦର୍ଶିତ କରିବେ। ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ନୃତ୍ୟକଳା ସାଧାରଣତଃ ଆଗରୁ ବିବାହ ଉତ୍ସବରେ ପ୍ରଦର୍ଶିତ ହେଉଥିଲା। କିନ୍ତୁ ପରେ ଏହି ନୃତ୍ୟକଳା ଭାବେ ବିଭିନ୍ନ ମଞ୍ଚରେ ପ୍ରଦର୍ଶିତ ହେଲା। ଜାତୀୟ ପରେଡ୍ରେ ଓଡ଼ିଶାର ଏହି କଳାକୁ ପ୍ରଦର୍ଶିତ କରିବାର ସୁଯୋଗ ମିଳିଛି।