ସୂର୍ଯ୍ୟମୁଖୀ ବିକିନିରେ ଦେଖାଦେଲେ ଅନନ୍ୟା ପାଣ୍ଡେ, ଫଟୋ ସେୟାର କରି ପ୍ରଶଂସକଙ୍କୁ ଜଣାଇଲେ ନୂଆବର୍ଷର ଶୁଭେଚ୍ଛା

ନୂଆଦିଲ୍ଲୀ, ୨/୧ : ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମାଲଦ୍ୱୀପରେ ନୂଆ ବର୍ଷ ପାଳନ କରିଛନ୍ତି। ସେ ଗତ କିଛି ଦିନ ହେବ ନିଜ ଫିଲ୍ମ ଖାଲି-ପିଲିର କୋ-ଷ୍ଟାର ଇଶାନ ଶଟରଙ୍କ ସହ ମାଲଦ୍ୱୀପରେ ଛୁଟିଦିନ ପାଳନ କରି ଆସୁଛନ୍ତି। ନୂଆ ବର୍ଷରେ ଅନନ୍ୟା ନିଜର ବିକିନି ପିନ୍ଧା ଫଟୋ ସେୟାର କରିଛନ୍ତି ଏବଂ ପ୍ରଶଂସକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି | ଫଟୋରେ ଅନନ୍ୟା ବିକିନି ପିନ୍ଧି ସମୁଦ୍ରରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by Ananya 💛💫 (@ananyapanday)

ଅନନ୍ୟା ଏକ ସୂର୍ଯ୍ୟମୁଖୀ ନମୁନା ବିକିନି ପିନ୍ଧିଛନ୍ତି ଓ ଏକ ଡିଜାଇନର୍ ଚଷମା ଲଗେଇଛନ୍ତି | ଫଟୋ ସେୟାର କରିବାବେଳେ ଅନନ୍ୟା କ୍ୟାପସନରେ ଲେଖିଛନ୍ତି, “looking on the brighter side #Hello2021|” ଏହି ଫଟୋକୁ ଅଳ୍ପ ସମୟ ମଧ୍ୟରେ ୮ ଲକ୍ଷରୁ ଅଧିକ ଲୋକ ଲାଇକ ଏବଂ ସେୟାର କରିଛନ୍ତି | କମେଣ୍ଟ ବକ୍ସରେ ଅନେକ ଲୋକ ଅନନ୍ୟାଙ୍କ ଲୁକକୁ ପ୍ରଶଂସା କରିଛନ୍ତି |

ଉଭୟ ଇଶାନ ଏବଂ ଅନନ୍ୟା ସୋସିଆଲ ମିଡିଆରେ ମାଲଦ୍ୱୀପକୁ ଛୁଟିଦିନର ଚିତ୍ର ସେୟାର କରୁଛନ୍ତି। ଫିଲ୍ମ ଖାଲି-ପିଲିରେ ଉଭୟଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ | ନିକଟରେ ଅନନ୍ୟା ତାଙ୍କ ଏକ ସୁନ୍ଦର ଫୋଟ ସେୟାର କରି ଲେଖିଛନ୍ତି ଯେ ୨୦୨୦ ଆମକୁ ଅନେକ ଶିକ୍ଷା ଏବଂ ପ୍ରେମ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରୁଛୁ।