ହୃଦଘାତର ଶିକାର ହେଲେ ସୌରଭ ଗାଙ୍ଗୁଲି, ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ଦେଲେ ହସ୍ପିଟାଲ କତ୍ତୃପକ୍ଷ

କୋଲକାତା, ୨/୧ : ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରୁ ମିଳିଥିବା ସୂଚନାନୁସାରେ ସୌରଭ ଗାଙ୍ଗୁଲୀ ଏବେ ସୁସ୍ଥ ଅଛନ୍ତି। ତେବେ ତାଙ୍କର ଆର୍ଟେରି ବ୍ଳକେଜ ରହିଥିବା ହେତୁ ଏଭଳି ସମସ୍ୟା ଦେଖ‌ା ଦେଇଥିବା ଡାକ୍ତରମାନେ କହିଛନ୍ତି।

ଏହି ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଇସିସି, ବିସିସିଆଇ ଭଳି କ୍ରିକେଟ୍ ସଂଗଠନଗୁଡ଼ିକ ମଧ୍ୟ ଟୁଇଟ୍ କରି ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।