ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଶର ଶ୍ରେଷ୍ଠ ସାଂସଦ ସମ୍ମାନ

ନୂଆଦିଲ୍ଲୀ : ୨୦୨୦ ବର୍ଷ ପାଇଁ ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ବେଷ୍ଟ ପାର୍ଲାମେଣ୍ଟାରିଆନ ବିବେଚିତ ହୋଇଛନ୍ତି l ଏନେଇ ସାଂସଦ ନେଜେ ଟ୍ୱିଟ କରି ସୂଚନା ଦେଇଛନ୍ତି l ଅପରାଜିତା ଟ୍ୱିଟରରେ ଲେଖିଛନ୍ତି ଯେ, ଲୋକଙ୍କ ପାଇଁ ଗତବର୍ଷ ସେ କରିଥିବା କାମର ଏହା ପୁରସ୍କାର, ଯାହାକି ତାଙ୍କୁ ଅନେକ କିଛି ଶିଖାଇବ । ଆଜି ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ରାଜ୍ୟବ୍ୟାପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି l ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।