ଭୁବନେଶ୍ୱର, ୪/୧ : ପ୍ରଦୀପ ସେଵା ଟ୍ରଷ୍ଟ ଓ କଳିଙ୍ଗ କନ୍ୟା ସ୍ୱେଚ୍ଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ଆଜି ଲିଙ୍ଗରାଜ ମନ୍ଦିର ବେଢ଼ା ସଫେଇ କାର୍ଯ୍ୟ କରାଯାଇଥିଲା । ଏହା ସହିତ ସୋଡିୟମ ହାଇପ କ୍ଲୋରାଇଡ଼ ଦ୍ୱାରା ବିଶୋଧନ ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଚକ୍ରଧର ତ୍ରିପାଠୀ ପରିଚାଳନା କରିଥିବାବେଳେ ବହୁ ସମାଜସେବୀ ଯୋଗ ଦେଇଥିଲେ ।