କରୋନା ଭାଇରସ : ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୮ କୋଟି ୬୦ ଲକ୍ଷ ୭୮ ହଜାର, ମୃତ୍ୟୁ ସଂଖ୍ୟା ୧୮ ଲକ୍ଷ ୫୯ ହଜାର

ନୂଆଦିଲ୍ଲୀ, ୫/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ କୋଟି ୬୦ ଲକ୍ଷ ୭୮ ହଜାର ୭୩୯ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ୧୮ ଲକ୍ଷ ୫୯ ହଜାର ୭୫୯ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୬ କୋଟି ୧୦ ଲକ୍ଷ ୨୧ ହଜାର ୪୮୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୩୧ ଲକ୍ଷ ୯୭ ହଜାର ୪୯୯ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୭ ହଜାର ୮୪୮ ହେଉଛନ୍ତି ଗୁରୁତର ରୋଗୀ ।