ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶବାସୀଙ୍କୁ ଦେବେ ନୂଆ ଉପହାର: କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନକୁ କରିବେ ଉଦଘାଟନ

ନୂଆଦିଲ୍ଲୀ, ୫/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ୍‌କୁ ଦେଶବାସୀଙ୍କ ଉତ୍ସର୍ଗ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୧ଟାରେ ପିଏମ ମୋଦୀ ଏହି ପାଇପଲାଇନକୁ ଉଦଘାଟନ କରିବେ । ‘ଗୋଟିଏ ଦେଶ, ଗୋଟିଏ ଗ୍ୟାସ୍ ଗ୍ରୀଡ୍’ ନିର୍ମାଣରେ ଏହା ଏକ ମହତ୍ୱପୂର୍ଣ୍ଣ ସଫଳତା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ୪୫୦ କିଲୋମିଟର ଏହି ଗ୍ୟାସ ଲାଇନକୁ ଗେଲ ଇଣ୍ଡିଆ (ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ) ନିର୍ମାଣ କରିଛି । ଏହି ପ୍ରକଳ୍ପରେ ୩୦୦୦ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ୧୨ ଲକ୍ଷ କର୍ମଦିବସର ରୋଜଗାର ସୃଷ୍ଟି ହୋଇଛି ।