ମାର୍ଶଘାଇ କ୍ରସିଂ ବୋମା ମାଡ଼ ଘଟଣାରେ ୩ ଗିରଫ

ମାର୍ଶାଘାଇ,୫/୧ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ କ୍ରସିଂ ମାନସ ହୋଟେଲ ଉପରକୁ ରବିବାର ରାତି ବୋମା ମାଡ଼ ଘଟଣାରେ ମାର୍ଶାଘାଇ ପୋଲିସ ୩ଜଣ ଦୃବୁତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ରବିବାର ରାତ୍ରି ୧୧ ଟାରେ ୩ ଜଣ ଦୁର୍ବୁତ୍ତ ଟିଭିଏସ ଆପାଚି ବାଇକ ଯୋଗେ ୫ନଂ ଜାତୀୟ ରାଜପଥରେ ଦାଦା ବଟିକୁ କେନ୍ଦ୍ର କରି ମାନସ ହୋଟେଲ ଉପରକୁ ୨ଟି ବୋମା ମାଡ଼ କରିଥିଲେ । ଗୋଟିଏ ବୋମା ଫୁଟି ଥିବା ବେଳେ ଅନ୍ୟଟି ହୋଟେଲର ପାଣି ଟାଙ୍କିରେ ପଡି ଯାଇଥିଲା । ତେବେ ହୋଟେଲରେ ଖାଉଥିବା କିଛି ଟ୍ରକ ଡ୍ରାଇଭର ଅନ୍ୟାନ୍ୟ ଗ୍ରାହକ ସହ କର୍ମଚାରୀମାନେ ଆତଙ୍କିତ ହୋଇପଡିଥିଲେ । ଏ ନେଇ ହୋଟେଲ ମାଲିକ ମାନସ ନାୟକ ପୋଲିସକୁ ଖବର ଦେବା ସହ ଅଭିଯୁକ୍ତଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ମାର୍ଶାଘାଇ ପୋଲିସ ଘଟଣା ସ୍ଥଳରେ ପଛଞ୍ଚି ତଦନ୍ତ ଜାରି ରଖି ବୋମା ମାଡ଼ କରିଥିବା ମାର୍ଶାଘାଇ ଥାନା ହିନ୍ଦୁଲିଆ ଗ୍ରାମର ଅଭିଯୁକ୍ତ ସୁଶିଲ କୁମାର ମଳିକ ଓ ପାଟକୁରା ଥାନା ପୋତାରୀ ଗ୍ରାମର ମନୋଜ କୁମାର ନାୟକ ଓ ଜଗନ୍ନାଥ ଦାଶଙ୍କୁ ଗିରଫ କରିବା ସହ ନମ୍ବର ବିହୀନ ବ୍ୟବହୃତ ବାଇକ ସହ ୯ଟି ଅଫୁଟା ବୋମା ସମେତ ବୋମା ତିଆରି ସାମଗ୍ରୀ ଏବଂ ଦୁଇଟି ମୋବାଇଲ ଜବତ କରିଛି । ତେବେ ମାର୍ଶାଘାଇ ପୋଲିସର ଏହି ସଫଳତାକୁ ନେଇ କେନ୍ଦ୍ରାପଡ଼ା ଏସପି ମାଦକର ସନ୍ଦୀପ ସମ୍ପଦ ମାର୍ଶାଘାଇ ଥାନରେ ଏକ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଏହି ମାମଲା ସହିତ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ପେଟ୍ରୋଲ ପମ୍ପରୁ ଚୋରି, ରାଜପଥରୁ ରବରୀ ଭଳି ୪ଟି ପୁରୁଣା ମାମଲା ଥିବାର ପୋଲିସ ତରଫରୁ ଜଣାପଡିଛି ।