କରୋନା ଭାଇରସ : ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୮ କୋଟି ୬୮ ଲକ୍ଷ ୩୨ ହଜାର, ମୃତ୍ୟୁ ସଂଖ୍ୟା ୧୮ ଲକ୍ଷ ୭୫ ହଜାର

ନୂଆଦିଲ୍ଲୀ, ୬/୧ : କରୋନା ଭାଇରସ ଯୋଗୁଁ ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ କୋଟି ୬୮ ଲକ୍ଷ ୩୨ ହଜାର ୦୧୮ରେ ପହଞ୍ଚିଛି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ୧୮ ଲକ୍ଷ ୭୫ ହଜାର ୪୫୧ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୬ କୋଟି ୧୫ ଲକ୍ଷ ୩୧ ହଜାର ୩୦୦ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୩୪ ଲକ୍ଷ ୨୫ ହଜାର ୨୬୭ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୮ ହଜାର ୦୧୬ ହେଉଛନ୍ତି ଗୁରୁତର ରୋଗୀ ।