ବ୍ରିଟେନ ପରେ ଜର୍ମାନୀରେ ୩୧ ଜାନୁଆରୀ ପର୍ଯ୍ୟନ୍ତ ଜାରି ହେଲା ଲକଡାଉନ

ବର୍ଲିନ, ୬/୧ : କରୋନା ମହାମାରୀ ଯୋଗୁ ଜର୍ମାନୀରେ ଲକଡାଉନ ବୃଦ୍ଧି କରାଯାଇଛି । ଜର୍ମାନୀର ସଂଘୀୟ ସରକାର ଏବଂ ଦେଶରେ ସମସ୍ତ ୧୬ ରାଜ୍ୟ ସରକାର ଆସନ୍ତା ୩୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାକାର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ଅବଧି ବଢ଼ିବା ନେଇ ଚାନସେଲର ଅଞ୍ଜେଲା ମର୍କେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗାଇଡଲାଇନ ଅନୁଯାୟୀ, ଜାନୁଆରୀ ଶେଷ ପର୍ଯ୍ୟନ୍ତ ଦୋକାନ ଏବଂ ରେଷ୍ଟୁରାଣ୍ଟ ବନ୍ଦ ରହିବ। ଅନ୍ତତ ପକ୍ଷେ ମାସ ଶେଷ ପର୍ଯ୍ୟନ୍ତ ଅନଲାଇନରେ କ୍ଲାସ୍ ଚାଲିବା ସହିତ ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିବ | ଜାନୁଆରୀ ୨୫ରେ ସମୀକ୍ଷା କରାଯାଇ ଆଗାମୀ ପଦକ୍ଷେପ ନିଆଯିବ।