ଦୁଗ୍ଧ ବିକ୍ରି କରି କୋଟିପତି ହେଲେ ୬୨ ବର୍ଷର ବୃଦ୍ଧା, ମାସକୁ ରୋଜଗାର କରୁଛନ୍ତି ୩ ଲକ୍ଷ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ : କଥାରେ ଅଛି କୌଣସି କାମ ଛୋଟ ହୋଇ ନ ଥାଏ ଓ କାମଠାରୁ କୌଣସି ଧର୍ମ ବଡ଼ ହୋଇନଥାଏ। ଏହିମର୍ମକୁ ସତ୍ୟ ପ୍ରମାଣିତ କରିଛନ୍ତି ଗୁଜୁରାଟର ବନାସକଣ୍ଠା ଜିଲ୍ଲାର ନଗାନା ଗ୍ରାମର ୬୨ବର୍ଷୀୟ ବୃଦ୍ଧ ନାଭାଲବେନ୍। ନାଭାଲବେନ୍ ଦୁଗ୍ଧ ବିକ୍ରି କରି ଏକ ରେକର୍ଡ ସ୍ଥାପନ କରିଛନ୍ତି। ୨୦୨୦ ଲକଡାଉନ ସମୟରେ ନାଭାଲବେନ୍ ଏକକୋଟି ୧୦ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରି କୀର୍ତ୍ତି ଅର୍ଜନ କରିଛନ୍ତି।

ସ୍ୱଳ୍ପ ମୂଲ୍ୟରେ ପଶୁପାଳନ ବ୍ୟବସାୟ ଆରମ୍ଭ କରିଥିବା ନାଭାଲବେନଙ୍କ ପାଖରେ ଏବେ ୮୦ଟି ମଇଁଷି ଓ ୪୫ଟି ଗାଈ ରହିଛି। ଏମାନଙ୍କ ଠାରୁ ନାଭାଲବେନ ଦୈନିକ ୧୦୦୦ଲିଟର ଦୁଗ୍ଧ ସଂଗ୍ରହ କରିଥାଆନ୍ତି। ଏହି ଦୁଗ୍ଧକୁ ବିକ୍ରି କରି ବୃଦ୍ଧା ମାସକୁ ୩ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରିଥାଆନ୍ତି। ନାଭାଲବେନ୍ ୨୦୧୯ରେ ୮୭.୯୫ ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରିଥିଲେ। ସେ ପାଠ ପଢ଼ି ନାହାନ୍ତି। ଏହା ସତ୍ତ୍ବେ ନାଭାଲବେନ୍ ଆତ୍ମନିର୍ଭଶୀଳ ହେବା ସହିତ ୧୧ଜଣ ଲୋକଙ୍କୁ ରୋଜଗାର ଯୋଗାଇଛନ୍ତି। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ୨ଟି ଲକ୍ଷ୍ମୀ ପୁରସ୍କାର ଓ ୩ଟି ପାଦରି ପୁରସ୍କାରରେ ପୁରସ୍କୃତ କରିଛନ୍ତି।