ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ମାହାଙ୍ଗା,୬/୧ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଏଥିସହିତ ମୋଟ ଗିରଫ ସଂଖ୍ୟା ୫ରେ ପହଁଚିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ୫ଟି ସ୍ଵତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ତଦନ୍ତ ଚଳାଇଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୫ ଜଣ ଗିରଫ ହୋଇଥିଲେ ବି ୪ ଦିନ ପରେ ପୋଲିସ ହତ୍ୟାର କାରଣ ଖୋଜି ନପାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ହତ୍ୟାକାଣ୍ଡ ପଛରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଓ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରାଜନୈତିକ ହିଂସା ପ୍ରତିବାଦରେ ଆଜି ସାରା ରାଜ୍ୟରେ ଏସପି ଅଫିସ ଘେରାଉ କରିଛି ବିଜେପି । ସେପଟେ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ତଦନ୍ତ ଚଳାଇଥିବାବେଳେ ବିରୋଧୀ ଅଯୋଥା ରାଜନୀତି କରୁଛନ୍ତି ବୋଲି କହିଆସୁଛି ବିଜୁ ଜନତା ଦଳ ।