ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ପୋଲିସ ଗୁଳିରେ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ, ୱାଶିଂଟନରେ ଜାରି ହେଲା କର୍ଫ୍ୟୁ

ୱାଶିଂଟନ, ୭/୧ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଅନେକ ସମୟରେ ହିଂସା ଓ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି କ୍ରମରେ ବୁଧବାର ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟାଲ ହିଲସ ଓ ହ୍ୱାଇଟ ହାଉସ ସମ୍ମୁଖରେ ଜୋରଦାର ହଙ୍ଗାମା କରିଛନ୍ତି । ବର୍ତ୍ତମାନ ଆମେରିକାରେ ହଙ୍ଗାମା ପରେ ୱାଶିଂଟନରେ କର୍ଫ୍ୟୁ ଜାରି କରାଯାଇଛି । ବିରୋଧ ସମୟରେ ପୋଲିସର ଗୁଳିରେ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଶାନ୍ତି ପାଇଁ ନିବେଦନ କରିଛନ୍ତି। ଟ୍ୱିଟ୍‌ରେ ସେ କହିଛନ୍ତି, “ମୁଁ ଆମେରିକୀୟ କ୍ୟାପିଟାଲରେ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ରହିବାକୁ ନିବେଦନ କରୁଛି। ହିଂସା ହେବା ଉଚିତ୍ ନୁହେଁ! ମନେରଖ, ଆମେ ଆଇନ ଶୃଙ୍ଖଳା ରକ୍ଷା କରୁଥିବା ଏକ ଦଳ। ଆଇନ ଏବଂ ମହାନ ପୁରୁଷ ଓ ମହିଳାଙ୍କୁ ସମ୍ମାନ ଦିଅ। ଧନ୍ୟବାଦ ! ”

ଆମେରିକାର 300 ବର୍ଷର ଇତିହାସରେ ଏହା କେବେ ହୋଇ ନାହିଁ, ଯେତେବେଳେ ନିର୍ବାଚନରେ ​​ହାରିଥିବା ରାଷ୍ଟ୍ରପତି ତାଙ୍କ ପରାଜୟକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ଏବଂ ତାଙ୍କ ସମର୍ଥକମାନେ ଆମେରିକା ସଂସଦକୁ ଘେରି ରହିଛନ୍ତି।