୮ମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଆଜି କୃଷକଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ,୭ /୧ : ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ ୪୩ ଦିନରେ ପହଂଚିଛି । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ୮ମ ପର୍ଯ୍ୟାୟରେ ଆଲୋଚନା ପୂର୍ବରୁ କୃଷକମାନେ ଆଜି ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚାଷୀମାନେ ଏହାକୁ ଜାନୁଆରୀ ୨୬ ପାଇଁ ଟ୍ରାକ୍ଟର ପରେଡ ବୋଲି ମନେ କରୁଛନ୍ତି । ଚାଷୀମାନେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ଟ୍ରାକ୍ଟର ପରେଡ ଆୟୋଜନ କରିବାକୁ ଚେତାବନୀ ଦେଇଛନ୍ତି ।

ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତ କିଷାନ ରାଲି ସଂପର୍କରେ ଗଣମାଧ୍ୟମକୁ କହିଛନ୍ତି ଏହା ଆଲିଗଡ଼ ରୁଟରେ ଯିବ । ଅନ୍ୟ ଏକ ରାଲି ନୋଏଡାରୁ ପାଲୱଲ ରୁଟରେ ଯିବ । ଆମେ ପ୍ରଶାସନକୁ ନିଜର ରୁଟ ସଂପର୍କରେ ସୂଚନା ଦେଇଛୁ । ଏଥି ସହିତ ସେ ଏହା କହିଛନ୍ତି ଯେ, ଟ୍ରାକ୍ଟର ରାଲି ଦିଲ୍ଲୀରେ ପ୍ରବେଶ ହେବ ନାହିଁ ।