ଆଜିର ରାଶିଫଳ (ଶୁକ୍ରବାର)

ତା : ୮ / ୧ / ୨୦୨୧

ମେଷ : ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଆପଣଙ୍କ କାମ ପାଇଁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ବୈବାହିକ ଜୀବନ ଭଲ ରହିବ।

ବୃଷ : ଆନୁଷ୍ଠାନିକ କାମରେ କେତେକ ସମସ୍ୟା ସୃଷ୍ଟି ହୋଇପାରେ । ଅର୍ଥ ସମ୍ବନ୍ଧରେ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଅଫିସରେ ବ୍ୟକ୍ତିଗତ କଥା କାହାରିକୁ ଜଣାନ୍ତୁ ନାହିଁ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ : ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆପଣ ଯେଉଁ ନିଷ୍ପତ୍ତି ନେବେ ଶେଷ ସମୟରେ ଓଲଟ ପାଲଟ ହୋଇଯିବ । ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

କର୍କଟ : ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ମହିଳାମାନେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି । ଚାକିରିରେ ବିଶେଷ ସଫଳତା ହାସଲ ହେବ। ମନୋର˚ଜନ ପାଇଁ ଖର୍ଚ୍ଚ କରିବେ।

ସି˚ହ : ସମୟ ଆପଣଙ୍କ ପାଇଁ ଖୁବ୍‌ ଭଲ। ଆଜିର କର୍ମକ୍ଷେତ୍ରରେ ବିବାଦୀୟ ଘଟଣା ଟିକିଏ ଜଟିଳ ହେବ । ରୋଜଗାର ପାଇଁ ସୁଯୋଗ ପାଇବେ। ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ବପୂର୍ଣ୍ଣ ବୈଠକ ହେବ। ଘରକୁ ବନ୍ଧୁ ଆସିବେ।

କନ୍ୟା: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ସମ୍ପର୍କୀୟମାନେ ସମସ୍ୟା ସୃଷ୍ଟି କରିପାରନ୍ତି । ଯାନବାହନରେ ସତର୍କ ନ ରହିଲେ ସମସ୍ୟା ଉପୁଜିପାରେ । କମ୍‌ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ।

ତୁଳା : କାହାର ମିଠା କଥାରେ ଭାସିଯାଆନ୍ତୁ ନାହିଁ । ନେତା ଓ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ସୁଦୃଢ଼ ହେବ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡିବ । ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ବଢ଼ିବ।

ବିଛା : ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି । ଯେଉଁ କାମ କରିବେ ନିଶ୍ଚିତ କୃତକାର୍ଯ୍ୟ ହେବେ । ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରହିବ। ଜମାପୁଞ୍ଜି ବୃଦ୍ଧି ହେବ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।

ଧନୁ : ସମାଜରେ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। କେତେକ ନୂତନ କାମର ପରିକଳ୍ପନା କରିବେ । ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ମକର : ଯୁକ୍ତିଯୁକ୍ତ କଥା କହି ଅର୍ଥ ଓ ସମ୍ମାନ ଲାଭରେ ସଫଳ ହେବେ । ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। କାରବାର ସ˚ପର୍କିତ ଯାତ୍ରା ଯୋଗ ରହିଛି। ପରିବାରରେ ଛୋଟ କଥାଟିକୁ ବଡ ଆକାରରେ ଚିନ୍ତା କରିବେ ।

କୁମ୍ଭ : ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯଦ୍ଵାରା କି ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ । ପୂଜାର୍ଚ୍ଚନାରେ ମନକୁ ଶାନ୍ତି ମିଳିବ। ବୟସରେ ବଡ଼ ଲୋକ ଆପଣଙ୍କୁ ଭଲ ପରାମର୍ଶ ଦେଇପାରନ୍ତି। ଚାକିରିଜୀବୀଙ୍କ ଲାଗି ଦିନଟି ଉତ୍ତମ ।

ମୀନ : କର୍ମକ୍ଷେତ୍ରରେ ଆପଣ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି । ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ବନ୍ଧୁଙ୍କ ପରାମର୍ଶ ଆପଣଙ୍କ ଜୀବନରେ ନୂଆ ମୋଡ଼ ଆଣିବ । କୌଣସି କାମରେ ଅଧିକ ପରିଶ୍ରମ କରିବେ।