ଭାରତ ଓ ଅଷ୍ଟ୍ରେଲିଆ ୩ୟ ଟେଷ୍ଟ : ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର ୨୪୯/୫

ସିଡନୀ, ୮/୧ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ୨ୟ ଦିନର ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ କଙ୍ଗାରୁ ଦଳ ୫ଟି ୱିକେଟ ହରାଇ ୨୪୯ ରନ୍ କରିଛି । ଷ୍ଟିଭେନ ସ୍ମିଥ ୭୬ ରନ ସଂଗ୍ରହ କରି କ୍ରିଜରେ ଅଛନ୍ତି । ଭାରତ ପାଇଁ ରବିନ୍ଦ୍ର ଜାଡେଜା ସର୍ବାଧିକ ଦୁଇଟି ୱିକେଟ୍ ନେଇଥିବାବେଳେ ମହମ୍ମଦ ସିରାଜ, ଜସପ୍ରୀତ ବୁମରା ଏବଂ ନବଦୀପ ସାଇନିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।

ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ୫ ରନ୍ କରିଥିଲେ । ସେ ମହମ୍ମଦ ସିରାଜଙ୍କ ବଲ ଚେତେଶ୍ୱର ପୂଜାରାଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ । ଓପନର ୱିଲ ପୁକୋଭକ୍ସି ୬୨ ରନ, ମାର୍ନସ ଲବୁସଚ୍ୟାଞ୍ଜ ୯୧ ରନ ଓ ମ୍ୟାଥୁ ୱାଡେ ୧୩ ରନ କରି ଆଉଟ ହୋଇଥିଲେ । ସେହିପରି ଠିକ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ କେମରନ ଗ୍ରୀନ କୌଣସି ରନ ସଂଗ୍ରହ ନ କରି ଯଶପ୍ରୀତ ବୁମରାରଙ୍କ ହାତରେ ଆଉଟ ହୋଇ ପାଭଲିଅନକୁ ଫେରିଥିଲେ ।