ଭୁବନେଶ୍ୱର, ୮/୧ : ରାଜ୍ୟରେ କରୋନା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ଗତକାଲିଠାରୁ ଓଡ଼ିଶାରେ ହୋଟେଲ ରେଷ୍ଟୁରାଣ୍ଟ ଓ କ୍ଲବରେ ବାର୍ ଏବଂ ବିୟର ପାର୍ଲର ଖୋଲାଯାଇଥିବାବେଳେ ଆଜିଠୁ ସିନେମା ହଲ୍ ଖୋଲୁଛି । କିନ୍ତୁ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ । ଏଥିପାଇଁ କୋଭିଡ୍ ଗାଇଡଲାଇନ ପାଳନକୁ କଡାକଡି କରାଯାଇଛି ।
ସିନେମା ହଲ୍ ଗୁଡିକୁ ସାନିଟାଇଜ୍ କରାଯାଇଛି । ହଲ୍ ନିକଟରେ ଟିକେଟ କାଉଣ୍ଟରରେ ଗହଳି ନକରି ଫୋନ ନମ୍ବରକୁ ଟିକେଟ ଆସିବା ବ୍ୟବସ୍ଥା କରାଯାଇଛି । ହଲ୍ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କାନିଂ ସହ ମାସ୍କ ସାନିଟାଇସେନ୍ ଗ୍ଲୋବସ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ୫୦ ପ୍ରତିଶତ ହିସାବରେ ପ୍ରତ୍ୟେକ ସିଟରୁ ଗୋଟିଏ ଲେଖାଁଏ ସିଟ୍ ଛାଡି ଦର୍ଶକ ବସି ସିନେମା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।