ନୂଆଦିଲ୍ଲୀ,୮ /୧: ଦେଶବ୍ୟାପୀ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୁଇଦିନ ତାମିଲ୍ନାଡ଼ୁ ଗସ୍ତରେ ଯାଇଛନ୍ତି। ଚେନ୍ନାଇରେ କୋଭିଡ୍ – ୧୯ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସର ସମୀକ୍ଷା କାର୍ଯ୍ୟ କରିବା ପରେ ସେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି।
ଭାରତରୁ ଯେଭଳି ଭାବେ ପୋଲିଓର ମୂଳୋତ୍ପାଟନ କରାଯାଇଛି, ସେହିଭଳି ଭାବେ କୋଭିଡ -୧୯ର ମଧ୍ୟ ମୂଳୋତ୍ପାଟନ କରାଯିବ। ଚଳିତ ମାସରେ ୩ ଦିନ ପାଇଁ ପୋଲିଓ ପ୍ରତିଷେଧକ ଅଭିଯାନ କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଚେନ୍ନାଇ ଓ କାଞ୍ଚିପୁରମ୍ର ବିଭିନ୍ନ ଭାଗରେ ଥିବା ପ୍ରତିଷେଧକ ଟୀକାକରଣ କେନ୍ଦ୍ରଗୁଡ଼ିକୁ ଗସ୍ତ କରିଛନ୍ତି।