ଭୁବନେଶ୍ୱର, ୮/୧ : ରାଜ୍ୟରେ କରୋନାର ପ୍ରକୋପ କମିବାରେ ଲାଗିଛି। କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଆଉ ଭୟ ମଧ୍ୟ ନାହିଁ। ଦୈନିକ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୦ ପାଖାପାଖି ରହୁଛି। ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ୨୪୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୩ ଲକ୍ଷ ୨୭ ହଜାର ୫୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି।