ଇସଲାମାବାଦ : ଲାହୋରର ଆଣ୍ଟି ଟେରର୍ କୋର୍ଟ ଆଜି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କର-ଏ-ତାଇବା କମାଣ୍ଡର ଜାକିଉର୍-ରେହମାନ-ଲାଖଭିକୁ ୧୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛି। କୋର୍ଟ ଲାଖଭିକୁ ଆତଙ୍କବାଦକୁ ସମର୍ଥନ କରିବା ଏବଂ ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା ଯୋଗାଉଥିବା ମାମଲାରେ ଅପରାଧରେ ଏହି ଦଣ୍ଡାଦେଶ ଶୁଣାଇଛି। ଏଥିସହ ଲାଖଭି ଉପରେ ଜୋରିମାନା ମଧ୍ୟ ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ଗତ ଶନିବାର ଜାକିଉର୍-ରେହମାନ-ଲାଖଭିକୁ ଗିରଫ କରାଯାଇଥିଲା। ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଫଣ୍ଡି କରିବା ପାଇଁ ଜାକିୟୁର ରେହମାନ ଲାଖଭିକୁ ଗିରଫ କରାଯାଇଥିଲା।
ମୁମ୍ବାଇ ଆକ୍ରମଣ ପରେ ଜକିଉର ରେହମାନ ଲଖଭିକୁ ମିଳିତ ଜାତିସଂଘ ଦ୍ଵାରା ଆତଙ୍କବାଦୀ ଘୋଷିତ କରାଯାଇଥିଲା। ୨୦୦୮ରେ ୟୁଏନଏସସି ରିଜୋଲ୍ୟୁସନ ଅନୁଯାୟୀ ଲଖଭିଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିଲା। ମୁମ୍ବାଇ ଆକ୍ରମଣର ଅନୁସନ୍ଧାନ ବେଳେ ହାଫିଜ ସଇଦଙ୍କୁ ଆତଙ୍କବାଦୀ ଆକ୍ରମଣର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିବା ଲାଖଭି ପ୍ରକାଶ କରିଥିଲେ।