ମେଷ: ସମ୍ପର୍କୀୟମାନଙ୍କ ଦ୍ୱାରା କୌଣସି ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି । ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଅର୍ଥ ହାନୀ ହେବ ।
ବୃଷ: କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ । କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।
ମିଥୁନ: କୌଣସି ନୂତନ କାମ ଆରମ୍ବ କରି ଖୁସି ରହିବେ । ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ମାତ୍ର କର୍ମକ୍ଷେତ୍ର ପ୍ରତି ଉଦାସୀନ ହେତୁ ସମସ୍ୟା ବଢିପାରେ । ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ।
କର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। କେତେକ କ୍ଷେତ୍ରରେ ଅସଫଳତାଜନିତ ଅତ୍ୟଧିକ ଟେନସନ ହେତୁ ରକ୍ତଚାପ ମଧ୍ୟ ବଢିପାରେ । ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।
ସି˚ହ: ଖଳ ଲୋକଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।
କନ୍ୟା: ନିଜ କାମ ପଛରେ ପକାଇ ପର ପାଇଁ ନିଜେ ହଇରାଣରେ ପଡିପାରନ୍ତି । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
ତୁଳା: ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।
ବିଛା: ଆଜି କୌଶଳରେ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।
ଧନୁ: ଅପରିଣାମ ଦର୍ଶିତା କାରଣରୁ କେତେକ ଗୋପନୀୟ କଥାକୁ ନେଇ ମନ ଅସ୍ଥିର ରହିବ । ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।
ମକର: ଆକସ୍ମିକଭାବରେ ଥଣ୍ଡା ଜନିତ ସ୍ୱାସ୍ଥ୍ୟ ସମସ୍ୟା ବଢିଯିବ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ ।
କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପରିବାରରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ । ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।
ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ଆନୁଷଙ୍ଗିକ ସୁବିଧା ସୁଯୋଗ ହେତୁ ନିର୍ମାଣ କାମ ତ୍ୱରାନ୍ୱିତ ହେବ । ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।