ଟ୍ୱିଟର ଫଲୋଅର୍ସ ରେସରେ ବିଶ୍ୱରେ ୧ ନମ୍ବର ରାଜନେତା ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,୧୦/୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସସପେଣ୍ଡ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ମୋଦୀ ଏବେ ବିଶ୍ୱର ସବୁଠାରୁ ଫଲୋଅର୍ସ ଥିବା ରାଜନେତା ହୋଇ ଯାଇଛନ୍ତି । କିଛି ଦିନ ପୂର୍ବରୁ ଏହି ରେକର୍ଡ ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଥିଲା ।

ଆମେରିକୀୟ ସଂସଦରେ ନିଜ ସମର୍ଥକଙ୍କୁ ହିଂସା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଟ୍ୱିଟର ତାଙ୍କର ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ କରିଦେଇଛି । ତାଙ୍କ ଆକାଉଣ୍ଟରେ ୮୮. ୭ ମିଲିୟନ ବା ୮ କୋଟି ୮୭ ଲକ୍ଷ ଫଲୋଅର୍ସ ଥିଲେ । ସେହିପରି ମୋଦୀଙ୍କ ୬୪.୭ ମିଲିୟନ ବା ୬ କୋଟି ୪୭ ଲକ୍ଷ ଫଲୋଅର୍ସ ରହିଥିଲେ । ଏବେ ମୋଦୀ ୬ କୋଟି ୪୭ ଲକ୍ଷ ଫଲୋଅର୍ସ ସହ ବିଶ୍ୱର ସବୁଠାରୁ ଫଲୋ କରାଯାଉଥିବା ସକ୍ରିୟ ରାଜନେତା ହୋଇଛନ୍ତି ।