ଆଜିର ରାଶିଫଳ ( ସୋମବାର)

ତା : ୧୧ /୧ / ୨୦୧୧

ମେଷ: ପୂଜାର୍ଚ୍ଚନାରେ ସମୟ ବିତିବ। ଘରର ବାକି ରହିଥିବା କାମକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କେରିବେ । କୌଣସି ଶୁଭ ସମାଚାର ପାଇବେ। ପ୍ରତିଟି କାମର ସମାଧାନ ସହସା ବାହାରିଯିବ।

ବୃଷ: କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ପାରିବାରିକ ମତାନ୍ତର ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରେ । ଆର୍ଥିକ ସ୍ଥିତିରେ ସୁଧାର ହେବ।

ମିଥୁନ: କୋଣସି ନୂଆ ଖବର ପାଇ ଖୁସି ହୋଇପାରନ୍ତି । ଧର୍ମ କାର୍ଯ୍ୟରେ ମନ ଲାଗିବ। କୌଣସି ବ୍ୟକ୍ତିଙ୍କ ଠାରୁ ପ୍ରେରଣା ମିଳିପାରେ। କର୍ମଜୀବୀ ମହିଳାଙ୍କୁ ଅଚାନକ ଧନପ୍ରାପ୍ତି ହେବ।

କର୍କଟ: ଆଗକୁ ବଢ଼ିବାର ଭଲ ଦିନଟିଏ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ବ୍ୟସ୍ତ ହୋଇପାରନ୍ତି । କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। କୌଣସି ଉଦ୍ୟାନକୁ ବୁଲି ଯାଇପାରନ୍ତି।

ସି˚ହ: ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲରେ କଟିବ । ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ। ବ୍ୟବସାୟ କାମରେ ଭାଗୀଦାରଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: କେତେକ ବ୍ୟତିକ୍ରମକୁ ନେଇ ଦୋଷୀ ରୂପେ ପରିଗଣିତ ହୋଇପାରନ୍ତି । ଆପଣଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

ତୁଳା: ବନ୍ଧୁଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ପରାସ୍ତ କରିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ । ଅଚାନକ ଧନପ୍ରାପ୍ତି ହେବ। ଚାକିରି ଖୋଜୁଥିବା ମହିଳାଙ୍କୁ ଭଲ ଚାକିରି ମିଳିବ।

ବିଛା: ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ । ମନ କଥା ମନରେ ରଖି ସମସ୍ୟାର ସରଲ ସମାଧାନ କରିବେ ।ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

ଧନୁ: ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଅଭାବ ଓ ସଂଘର୍ଷମୟ ସ୍ଥିତି ହେତୁ ଚିନ୍ତିତ ରହିବେ । ଆପଣଙ୍କ ଉପରେ ଲୋକମାନଙ୍କ ଅତୁଟ ବିଶ୍ବାସ ରହିବ। କାମ ପ୍ରତି ବହୁତ ସକ୍ରିୟ ରହିବେ। ଲାଭର ସୁଯୋଗ ପାଇବେ।

ମକର: ଆଜି ଯେତିକି ପାଇବେ ତାହା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଧନ ସ˚ପଦ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

କୁମ୍ଭ: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ ।ବ୍ୟବସାୟରେ ବଡ଼ ସଉଦାର ଅ˚ଶୀଦାର ହୋଇପାରନ୍ତି।

ମୀନ: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ବାସ୍ତବତାକୁ ପ୍ରାଧାନ୍ୟ ଦେଉଥିବାରୁ ଅନ୍ୟମାନଙ୍କ କାଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ରାଜନୀତିରେ ଆଧିପତ୍ୟ ବଢ଼ିବ।