ରାଜ୍ୟରେ ଆଜି ୨୪୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଜଣେ ମୃତ୍ୟୁ

ଭୁବନେଶ୍ବର,୧୧ /୧: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୧୦୬ରେ ପହଞ୍ଚିଛି। ଏବେ ବି ସକ୍ରିୟ ଅଛନ୍ତି ୨୧୧୮ ଜଣ । ଏବେ ସୁଦ୍ଧା ରାଜ୍ୟରୁ ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୮ ହଜାର ୪୩ ଜଣ । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।