ମୁମ୍ବଇ,୧୧ /୧: କନ୍ୟା ସନ୍ତାନର ପିତା ହେଲେ ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି । ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ସୋମବାର ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ବିରାଟ ବାପା ହେବାର ଗୌରବ ଅର୍ଜନ କରିଛନ୍ତି। ଆଜି ଅନୁଷ୍କା ମୁମ୍ବଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହା ପରେ ବିରାଟ ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ଏ ସମ୍ପର୍କରେ ଘୋଷଣା କରିଥିଲେ।
ବିରାଟ ନିଜ ପୋଷ୍ଟରେ ଲେଖିଛନ୍ତି, ଆମେ ଦୁଇଜଣ ବହୁତ ଖୁସି ଯେ, ଆଜି ଆମର ଏକ କନ୍ୟା ସନ୍ତାନ ହୋଇଛି। ଆମେ ଆପଣମାନଙ୍କ ଭଲପାଇବା ଏବଂ ମଙ୍ଗଳକାମନା ପାଇଁ ଅତ୍ୟନ୍ତ କୃତଜ୍ଞ। ଅନୁଷ୍କା ଏବଂ ଝିଅ ଉଭୟେ ସୁସ୍ଥ ଅଛନ୍ତି। ଆମକୁ ଏକ ନୂଆ ଜୀବନର ଅନୁଭୂତି ପାଇବାର ସୌଭାଗ୍ୟ ମିଳିଛି।
ଏହି ଖବର ପ୍ରସାରିତ ହେବା ପରେ ବିରାଟ ଏବଂ ଅନୁଷ୍କାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ନିକଟରେ ବିରାଟ ଏବଂ ଅନୁଷ୍କା ନିୟମିତ ଚେକ୍ଅପ୍ ପାଇଁ ହସ୍ପିଟାଲ ଯାଇଥିଲେ। କନ୍ୟ ସନ୍ତାନ ଜନ୍ମ ପରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।