ଆଜିର ରାଶିଫଳ (ମଙ୍ଗଳବାର)

ତା :୧୨ / ୧ / ୨୦୧୧

ମେଷ : ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦିଚ୍ଛା ଲାଭ କରିବେ । ଆପଣ ନିଜର ଜୀବନଶୈଳୀ ପରିବର୍ତ୍ତନ ଲାଗି ବିଚାର କରିପାରନ୍ତି। ନୂଆ କାମ କରିବା ଲାଗି ଦିନଟି ଶୁଭ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ବୃଷ : ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ମନ୍ତବ୍ୟ ଦେଇପାରନ୍ତି । ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ବିଶ୍ବସ୍ତ ବନ୍ଧୁର ପରାମର୍ଶ ଆପଣଙ୍କ କାମରେ ଆସିପାରେ।

ମିଥୁନ : ଆନୁଷ୍ଠାନିକ କାମରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି । ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସି କରାଇବ। ଧନଲାଭର ସୁଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀଙ୍କୁ ନେଇ ଦାୟିତ୍ବ ବଢ଼ିବ।

କର୍କଟ : ନିଜ ଲୋକ କେହି ହାଇରାଣରେ ପକାଇବାକୁ ଚେଷ୍ଟା କରି ବିଫଳ ହେବେ । ଆପଣଙ୍କର ତର୍କ ଶକ୍ତି ଅନ୍ୟମାନଙ୍କୁ ପସନ୍ଦ ଆସିବ। ପ୍ରତିଟି କାମ ସ˚ପୂର୍ଣ୍ଣ କରିବାରେ କମ୍‌ ସମୟ ଲାଗିବ। ପ୍ରିୟ ବନ୍ଧୁଙ୍କ ସହିତ ଦେଖା ହେବ।

ସି˚ହ : ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି । ଆପଣଙ୍କ କାମର ପ୍ରଶ˚ସା ହେବ। ପୁଞ୍ଜି ବଜାରରେ ନିବେଶ ଲାଗି ଭଲ ଦିନଟିଏ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ।

କନ୍ୟା : ଆଜି ଯିବା ସମୟରେ ଆନନ୍ଦ ମନରେ ଯିବେ ଏବଂ ନିରାଶ ମନରେ ଫେରିବେ । ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ; ପରିଶ୍ରମର ଫଳ ତୁରନ୍ତ ପାଇବେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଚାକିରି ମିଳିପାରେ।

ତୁଳା : ଲଗାତାର ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ । ସରକାରୀ କାମ ସ˚ପୂର୍ଣ୍ଣ ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳ ମିଳିବ।

ବିଛା : କୌଣସି ବିଶେଷ କାମ କରିବେ। ଆପଣ ଶକ୍ତି ଓ ପ୍ରେରଣାରେ ଭରି ରହିବେ। ସମ୍ପର୍କୀୟମାନେ ଦୂରେଇ ରହୁଥିବାର ଅନୁଭବ କରିବେ, ଫଳରେ ମନ ଭଲ ରହିବ ନାହିଁ । ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ପ୍ରେମ ବଜାୟ ରହିବ।

ଧନୁ : ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ । ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ। ଆପଣଙ୍କ ସଚ୍ଚୋଟପଣିଆ ପ୍ରତିଟି ଜାଗାରେ ଚର୍ଚ୍ଚିତ ହେବ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ବହୁତ ଭଲ।

ମକର : ପ୍ରଭୁଙ୍କ ଧ୍ୟାନରେ ସମୟ ବିତିବ। ଅନ୍ତରଙ୍ଗ ବନ୍ଧୁଟି ବେଳକାଳ ଉଣ୍ଡି ଅସୁବିଧାରେ ପକାଇପାରେ । ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।

କୁମ୍ଭ : ରାଜନୀତିରେ ମାନ-ସମ୍ମାନ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି ।ଧନଲାଭର ସୁଯୋଗ ଆସିବ। ବ୍ୟବସାୟରେ ଉନ୍ନତି ହେବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ମୀନ : ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି । ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ।